18 ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ. ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ. ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା. ସଂସଦକୁ ସୁଚାରୁ ରୂପେ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦଳର ସହାୟତା ଲୋଡିଛନ୍ତି. ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ. ପୂର୍ବରୁ ସଂସଦରେ ବଜେଟ ଅଧିବେଶନ ଚାଲିପାରିନଥିଲା . ତେଣୁ ଏବେ ଅନେକ ବିଲ ସଂସଦର ଅନୁମୋଦନ ଅପେକ୍ଷାରେ. ଅନ୍ୟପଟେ କଂଗ୍ରେସ ଗତକାଲିର ବୈଠକରେ ବିଭିନ୍ନ ରଣନୀତି ଉପରେ ଆଲୋଚନା କରିଥିଲା. ସଂସଦକୁ ସୁରୁଖୁରୁରେ ଚଳାଇବା ପାଇଁ ଦଳ ଚେଷ୍ଟିତ ବୋଲି କଂଗ୍ରେସ କହିଛି. ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରହିଛି କୃଷି, ଏମଏସପି, ବେକାରୀ ସମସ୍ୟା ଓ ଦଳିତଙ୍କ ଉପରେ ଆକ୍ରମଣ .