ବିଭିନ୍ନ ଅପହଁଞ୍ଚ ସ୍ଥାନକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ରାସ୍ତା ଓ ପୋଲ ନିର୍ମାଣ ହୋଇଛି । ମାତ୍ର ବାରମ୍ବାର ଗୁହାରି ପରେ ବି ବଦଳିନାହିଁ କେନ୍ଦୁଝର ଜିଲ୍ଲା ନରଣପୁର ଅଞ୍ଚଳ । ପାଣିକୋଇଲି-ରାଜମୁଣ୍ଡାକୁ ଯୋଡୁଥିବା 215 ନମ୍ବର ଜାତୀୟ ରାଜପଥରୁ ମାତ୍ର 1 କିମି ଦୂରରେ ରହିଥିବା ନରଣପୁରରେ ଥିବା ବାଘଧରା ନାଳ ଉପରେ ଗ୍ରାମବାସୀଙ୍କ ଦ୍ୱାରା ତିଆରି ହୋଇଛି ଏକ ପୋଲ । ମାତ୍ର ପ୍ରତି ବର୍ଷ ବର୍ଷା ଦିନେ ଏହି ପୋଲଟି ଭାସିଯାଏ ଏବଂ ନାଳ ପାର ହେବା ପାଇଁ ଲୋକମାନଙ୍କ ପାଖରେ କିଛି ଉପାୟ ନଥିବାରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି ଏଠାକାର ବାସିନ୍ଦା । ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସହଯୋଗ ମିଳୁନାହିଁ । ଖସାପିଟା, ବାଦୁଡିଘେରା, ବଡପଣ ଓ କାଣ୍ଡସର ଗାଁ ବର୍ଷା ଚାରି ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହେ । ଗ୍ରାମବାସୀମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପୋଲ ନିର୍ମାଣ ନହେଲେ ଗ୍ରାମବାସୀମାନେ ବାଧ୍ୟ ହୋଇ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here