ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡେଙ୍ଗୁ ମଶା ବୋଲି ସମ୍ବୋଧନ କରି ମହାରାଷ୍ଟ୍ରର କଂଗ୍ରେସ ବିଧାୟିକା ପଣତୀ ସିନ୍ଧେ ଏବେ ଚର୍ଚ୍ଚାରେ । ଦକ୍ଷିଣ ସୋଲାପୁର ବିଧାୟିକା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ରମନ୍ତ୍ରୀ ସୁଶୀଲ କୁମାର ସିନ୍ଧେଙ୍କ ଝିଅ ପ୍ରଣତୀ ଏକ ସାଧାରଣ ସଭାରେ କହିଛନ୍ତିି ଯେ, ଦେଶରେ ଏବେ ମୋଦି ବାବା ନାମରେ ଏକ ଡେଙ୍ଗୁ ମଶା ଦେଖିବାକୁ ମିଳୁଛି । ଏହି ମଶା ସଂସ୍ପର୍ଶରେ ଯିଏ ଆସୁଛନ୍ତି ଅସୁସ୍ଥ ହୋଇପଡୁଛନ୍ତି । ଏହି ମଶାକୁ ହଟାଇବା ପାଇଁ ଯିଏ ଯାହା ପାରୁଛ କର, କିନ୍ତୁ ଏହାକୁ ଘଉଡାଇ ଦିଅ । ସେହିପରି ସ୍ଥାନୀୟ ବିଜେପି ସାଂସଦ ଶରଦ ବନସୋଡଙ୍କୁ ସେ ମଦୁଆ ବୋଲି ସମ୍ବୋଧନ କରିଛନ୍ତି । ସୂଚନାଥାଉ କି, ଗତ କିଛି ସମୟ ଧରି ମୋଦି, କଂଗ୍ରେସକୁ ଉଇ ସହ ତୁଳନା କରିଆସୁଛନ୍ତି । ଏହାର ଜବାବ ଦେବାକୁ ଯାଇ ପ୍ରଣତୀ ମୋଦିଙ୍କୁ ଏପରି କହିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here