ପୋଲରୁ ସିଧାସଳଖ ମହାନଦୀ ଭିତରକୁ ଖସିଲା ଟ୍ରକ. ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଥିବା ଭୁତମୁଣ୍ଡାଇଠାରେ ଏହି ଦୁର୍ଘଟଣା ଘଟିଛି. ରବିବାର ଦିନ ଅପରାହ୍ନ 4ଟାରେ ଏନ୍ଏଚ୍ 5 ରେ ପାରାଦ୍ୱୀପଠାରୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ମହାନଦୀକୁ ଖସିପଡ଼ିଥିଲା. ଟ୍ରକରେ ଜଣେ ଡ୍ରାଇଭର ଓ ଜଣେ ହେଲପର୍ ଥିବା ସନ୍ଦେହ କରାଯାଉଛି.

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ . ଡ୍ରାଇଭର ଓ ହେଲପରର ପତ୍ତା ମିଳିନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି.

LEAVE A REPLY

Please enter your comment!
Please enter your name here