ଅବୈଧ ସମ୍ପର୍କ ଓ କୁମାରୀ ମାତୃତ୍ୱର ଆଉ ଏକ ଦୁଃଖଦ ଚିତ୍ର। ୭୨ ତମ ସ୍ୱାଧିନତା ଦିବସ ପାଳନକୁ ନେଇ ସମଗ୍ର ଦେଶ ଯେତେବେଳେ ଉତ୍ସବମୁଖର ଥିଲା, ଚେନ୍ନାଇର ବଲସରବକ୍ତମ ଇଲାକାରେ ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା। ସେହି ଅଞ୍ଚଳର ଗୀତାନାମ୍ନୀ ଜଣେ ମହିଳା ଘର ପାଖ ନାଳରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ଏବଂ ବହୁ ଚେଷ୍ଟା କରିବା ପରେ ସେ ନାଳ ଭିତରୁ ଶିଶୁଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସେ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି। ସ୍ୱାଧୀନତା ଦିବସରେ ଶିଶୁପୁତ୍ରକୁ ପାଇଥିବାରୁ ମହିଳା ଜଣଙ୍କ ବେଶ୍ ଖୁସି ଥିବା ସହ ଶିଶୁଟିର ନାଁ ସୁତାନ୍ତରିମ ରଖିଥିବା କହିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

LEAVE A REPLY

Please enter your comment!
Please enter your name here