ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରବିବାର ଏକ ପ୍ରେସ୍ ବିବୃତି ଜାରି କରି ସେ କହିଛନ୍ତି ଯେ, କିଛି ଗଣମାଧ୍ୟମରେ ପ୍ରଚାର ହେଉଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଖବର ସଂପୂର୍ଣ୍ଣ ‘ଅମୂଳକ ଏବଂ ଆଧାରହୀନ’। ଶ୍ରୀ ମନମୋହନ ସାମଲ କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ମଧ୍ୟରୁ ଅଧିକାଂଶ ପୂରଣ ହୋଇସାରିଛି । ଏହା ମଧ୍ୟରେ ଦଳର ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚ୍ଚା ପଦାଧିକାରିଙ୍କ ନାମ ତାଲିକା ଘୋଷଣା ସରିଛି । ବହୁ ଶୀଘ୍ର ଖାଲି ରହିଥିବା ଦଳୀୟ ପଦପଦବୀର ଅନ୍ୟ ନାମ ତାଲିକା ବି ଘୋଷଣା କରାଯିବ । ମାତ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ କିଛି ଗଣମାଧ୍ୟମ ଯେଉଁ ଭଳି ଭାବରେ ବିଭ୍ରାନ୍ତକାରୀ ଏବଂ କପୋଳକଳ୍ପିତ ସମ୍ବାଦ ପ୍ରସାରଣ କରିଛନ୍ତି, ତାହା ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here