କୋଇଲା ଖଣି ଦୁର୍ନିତି ମାମଲାରେ ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି । ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସପେଣ୍ଡ କରଛନ୍ତି ଦିଲ୍ଲୀ ହାଇକୋର୍ଟ । ପୂର୍ବରୁ ସିବିଆଇର ସ୍ୱତନ୍ତ୍ର କୋର୍ଟ କୋଲ ସ୍କାମ ମାମଲାରେ ଦିଲୀପଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ଜରିମାନା ଆଦେଶ ଦେଇଥିଲେ । ତେବେ ଏହି ଆଦେଶ ପରେ କୋର୍ଟରୁ ଦିଲୀପଙ୍କୁ ଜାମିନ୍ ମିଳିଯାଇଥିଲା । ଆଜି ହାଇକୋର୍ଟ ତାଙ୍କ ଦଣ୍ଡାଦେଶକୁ ମଧ୍ୟ ସସପେଣ୍ଡ କରିଦେଇଛନ୍ତି । କେନ୍ଦ୍ରରେ ଏନଡିଏ ସରକାର ସମୟରେ କୋଇଲା ମନ୍ତ୍ରୀ ଥିବାବେଳେ ଝାଡଖଣ୍ଡର ଏକ କମ୍ପାନୀକୁ କୋଇଲା ଖଣି ଲିଜ୍ ଦେବା କ୍ଷେତ୍ରରେ ସେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଦିଲୀପଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଏହି ସ୍କାମ ମାମଲାର ତଦନ୍ତ ସିବିଆଇ କରୁଥିଲା । ଜାତୀୟ ଗଣମାଧ୍ୟମ ସୂତ୍ରରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here