ଆତଙ୍କବାଦୀଙ୍କ ସହ ଲଢେଇରେ ସାହାସୀ ସେନାର କୁକୁର ଜୁମର ମୃତ୍ୟୁ ହୋଇଛି । ୪ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ଆଜି ଦିନ ୧୨ଟାରେ ତାର ମୃତ୍ୟୁ ହୋଇଛି । ମୁଣ୍ଡରେ ଗୁଳି ବାଜିଥିଲା । ହେଲେ ହାର ମାନି ନଥିଲା ଜୁମ୍ ,ଛାଡିନଥିଲା ଆତଙ୍କୀଙ୍କୁ । ମୃତ୍ୟୁ ସହ ଅନେକ ଘଣ୍ଟାର ଲଢେଇ ପରେ ସାହାସୀ ଜୁମ ଶେଷରେ ହାରିଯାଇଛି । ଅକ୍ଟୋବର ୧୦ରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଜୁମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଶ୍ରୀନଗରର ଡାକ୍ତରଖାନାରେ ଜୁମର ଚିକିତ୍ସା ଚାଲିଥିବା ବେଳେ ୧୧.୪୫ରେ ସେ ପ୍ରତିକ୍ରିୟାଶୀଳ ଥିଲା । ଆଶା କରାଯାଉଥିଲା ଯେ ସେ ପୁଣି ଥରେ ସୁସ୍ଥ ହୋଇଯିବ । ତେବେ ହଠାତ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଜୀବନ ଚାଲିଯାଇଥିଲା ।

LEAVE A REPLY

Please enter your comment!
Please enter your name here