ଚାରିଘଣ୍ଟାର ବିତର୍କ ପରେ ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ୍ ପାରିତ ହୋଇଛି । ଯଦିଓ ଲୋକସଭାରେ ବିଲ୍ ପାରିତ ହେବାରେ କୌଣସି ସମସ୍ୟା ନ ଥିଲା, ତେବେ ମିଳିତ ବିରୋଧୀ ଦଳ ପକ୍ଷରୁ ଏଙାକୁ ବିରୋଧ କରାଯାଇଥିଲା । ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ କ୍ଷମତା ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀତା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏବେ ସଂସଦରେ ବିଲ୍ ପାରିତ ହେବା ପରେ କେନ୍ଦ୍ର ସରକାର ଦିଲ୍ଲୀ ପ୍ରଶାସନ ଉପରେ ସଂପୂର୍ଣ୍ଣ କ୍ଷମତା ରଖିବେ । ଲୋକସଭାରେ ପାରିତ ହେବା ପରେ ଆମ ଆଦମି ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି । ଦିଲ୍ଲୀକୁ ସଂପୂର୍ଣ୍ଣ ରାଜ୍ୟରେ ପରିଣତ କରିବା ପାଇଁ ମୋଦି ସରକାର କରିଥିବା ଘୋଷଣା ଏହାଦ୍ବାରା ମିଛ ପ୍ରମାଣିତ ହୋଇଛି ଏବଂ ଦିଲ୍ଲୀବାସୀଙ୍କୁ ମୋଦି ଧୋକ୍କା ଦେଇଛନ୍ତି ବୋଲି ସେ କହିଛନ୍ତି । ବିଲକୁ ବିରୋଧ କରିବା ପାଇଂ କେଜ୍ରିଓ୍ୱାଲ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ହେଁ ବିଜେଡି ବିଲ୍ ସପକ୍ଷରେ ଭୋଟ ଦେଇଥିଲା । ସେହିପରି ଟିଡିପି ମଧ୍ୟ ବିଜେପିକୁ ବିଲ୍ ପ୍ରସଙ୍ଗରେ ସମର୍ଥନ କରିଛି ।

LEAVE A REPLY

Please enter your comment!
Please enter your name here