ପୁଲୱାମା ଆକ୍ରମଣ ଉପରେ ବୟାନ ଦେଇ ହଟହଟା ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ । ତାଙ୍କୁ କମେଡି ଶୋ ‘ଦ କପିଲ ଶର୍ମାଙ୍କ ଶୋ’ରୁ ବାହାର କରି ଦିଆଯାଇଛି । ଚ୍ୟାନେଲ ଚାହୁଁଛି କି, ସିଦ୍ଧୁ ତତ୍କାଳ ଶୋରୁ ବାହାରି ଯାଆନ୍ତୁ । ଶୋ’ରେ ନବଜୋତ ସିଂହ ସିଦ୍ଧୁଙ୍କ ସ୍ଥାନରେ ଅର୍ଚ୍ଚନା ପୂରନ ସିଂହ ରହିବେ ବୋଲି ସୁଚନା ମିଳିଛି ।

  ସୂଚନାଯୋଗ୍ୟ, ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ସିଦ୍ଧୁ ନିନ୍ଦା କରିଥିଲେ ମଧ୍ୟ ପାକିସ୍ତାନ ପ୍ରତି ନରମ ଭାବ ଦେଖାଇଥିଲେ । ସେ କହିଥିଲେ କି, କିଛି ଲୋକଙ୍କ ଭୁଲ କାରଣରୁ ସମ୍ପୂର୍ଣ୍ଣ ଦେଶକୁ ଦାୟୀ କରିବା ଠିକ୍ ନୁହେଁ । ପରସ୍ପର ସହ ବୁଝାମଣା ମାଧ୍ୟମରେ ସବୁ କିଛି ଠିକ ହୋଇଯିବ । ଆତଙ୍କବାଦର କୌଣସି ଜାତି ନାହିଁ. ତାଙ୍କର କୌଣସି ଦେଶ ନାହିଁ । ତାଙ୍କର ଏହି କଥାକୁ ତାଙ୍କ ପ୍ରଶଂସକମାନେ ହଜମ କରିପାରି ନଥିଲେ ।

LEAVE A REPLY

Please enter your comment!
Please enter your name here