ସମସ୍ତ ରାଜ୍ୟର ରାଜ୍ୟ ସରକାରଙ୍କ ଠାରୁ ସହାୟତା ପ୍ରାପ୍ତ କରିଥିବା ଡିଗ୍ରୀ ସ୍ତରର ଟେକ୍ନିକାଲ ଉଚ୍ଚ ଶିକ୍ଷା ସଂସ୍ଥାର ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ ସପ୍ତମ ବେତନ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି. ଏହା ମାଧ୍ୟମରେ କାର୍ଯ୍ୟ କରୁଥିବା 29,264 ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ଲାଭ ମିଳିପାରିବ. ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କେନ୍ଦ୍ରୀୟ ମାନବ ସଂଶୋଧନ ବିକାଶ ମନ୍ତ୍ରୀ ପ୍ରକାଶ ଜାୱେଦକର. ଏହାଛଡା ଜାନୁୟାରୀ 1,2016ରୁ 31 ମାର୍ଚ୍ଚ 2019 ମଧ୍ୟରେ ଥିବା ବକେୟା ଟଙ୍କାର ଅଧା ମଧ୍ୟ ସରକାର ଦେବେ ବୋଲି ଘୋଷଣା କରାଯାଇଛି. ଫଳରେ କେନ୍ଦ୍ର ପାଣ୍ଠିରୁ 1241.78 କୋଟି ଟଙ୍କାର ଭାର ପଡିବ ବୋଲି ଆକଳନ କରାଯାଇଛି.

LEAVE A REPLY

Please enter your comment!
Please enter your name here