ପ୍ରତିବର୍ଷ ନଭେମ୍ବର ମାସ 16 ତାରିଖକୁ ଦେଶବ୍ୟାପୀ ଜାତୀୟ ପ୍ରେସ୍ ଦିବସ ରୂପେ ପାଳନ କରାଯାଏ. ସାମ୍ବାଦିକମାନଙ୍କୁ ସମ୍ମାନ ଦେବା ତଥା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମକୁ ସୁଦୃଢ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ. ପ୍ରତି ବର୍ଷ ଏହି ଦିବସରେ ସାମ୍ବାଦିକଙ୍କ ସୁରକ୍ଷା ଓ ସମ୍ମାନ ବିଷୟରେ କୁହାଯାଉଛି ଓ ଲୋକଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି କରାଯାଉଛି. ହେଲେ ପ୍ରକୃତରେ ସାମ୍ବାଦିକମାନେ କେତେ ସୁରକ୍ଷିତ. କେଉଁଠି ସାମ୍ବାଦିକଙ୍କୁ ପୋଲିସ ମାଡ ମାରୁଛି ତ କେଉଁଠି ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି. ଏହା ଛଡା ମହିଳା ସାମ୍ବାଦିକଙ୍କୁ ଯୌନ ଶୋଷଣର ଅଭିଯୋଗ ମଧ୍ୟ ରହିଛି. ତାହାଲେ କେତେ ସୁରକ୍ଷିତ ସାମ୍ବାଦିକ. ବିଭିନ୍ନ ଜାଗାରେ ସାମ୍ବାଦିକଙ୍କୁ ଆକ୍ରମଣ କରିବାର ଉଦାହରଣ ଦେଖିବାକୁ ମିଳୁଛି. 1992 ମସିହାରୁ ଆରମ୍ଭ କରି 2018 ମସିହା ଭିତରେ ସମୁଦାୟ 26 ଜଣ ସାମ୍ବାଦିକ ମୃତ୍ୟୁ ବରଣ କରିସାରିଲେଣି. ଏଥିପାଇଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ମଧ୍ୟ ନିଆଯାଉନାହିଁ. ସାମ୍ବାଦିକଙ୍କ ପାଇଁ ସରକାରଙ୍କ କିଛି ଯୋଜନା ମଧ୍ୟ ନାହିଁ. ଗୋଟିଏ ମାସ ପୂର୍ବରୁ  ମୁମ୍ବାଇରେ ଜଣେ ସାମ୍ବାଦିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ ଯେଉଁଥିରେ ତାଙ୍କ ଆଖି ମାଡ ହୋଇଥିଲା. ପରେ ମହାରାଷ୍ଟ୍ରରେ ମଧ୍ୟ ଜଣେ ମହିଳା ସାମ୍ବାଦିକ କ୍ୟାବରେ ଯାଉଥିବା ବେଳେ ପାଖରେ ଥିବା ଜଣେ ପାସେଞ୍ଜର ତାଙ୍କୁ ଅସଦାଚରଣ କରିଥିଲା. ଏଭଳି ଅନେକ ଘଟଣା ରହିଛି ଯେଉଁଠି ସାମ୍ବାଦିକମାନଙ୍କୁ ଏଭଳି ଅପ୍ରିତିକର ପରସ୍ଥିତିକୁ ସାମ୍ନା କରିବାକୁ ପଡୁଛି. ତାହାଲେ ଏଠି ସାମ୍ବାଦିକଙ୍କୁ ସୁରକ୍ଷା ଓ ସମ୍ମାନ ମିଳିଲା କେମିତି ?

LEAVE A REPLY

Please enter your comment!
Please enter your name here