ଦେଶରେ କରୋନାର ନୂଆ ଭାରିଆଣ୍ଟଡେଲଟା ପ୍ଲସକୁ ନେଇ ଏବେ ସବୁଠି ଚିନ୍ତା । ହରିୟାଣାର ଫରିଦାବାଦରୁ ଜଣେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇଏସଆଇସି ମେଡିକାଲ କଲେଜରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଯାହା ଫଳରେ ଏହି ସଙ୍କ୍ରମଣରେ ବ୍ରେକ୍ ଲଗାଯାଇପାରିବ । ଫରିଦାବାଦ ଇଏସଆଇସି ମେଡିକାଲ କଲେଜର ଡ.ଏକେ ପାଣ୍ଡେ କହିଛନ୍ତି କି, ଏହି ନୂଆ କେସ୍ ଶୁକ୍ରବାର ସଂନ୍ଧ୍ୟାରେ ଆମ ପାଖକୁ ଆସିଲା । ଏହାପରେ ଆମେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ହରିୟାଣା ସ୍ୱାସ୍ଥ୍ୟ ବିଭାଗର ଆଡିସନାଲ ଚିଫ୍ ସେକ୍ରେଟେରୀଙ୍କୁ ବି ଅବଗତ କରାଇଥିଲୁ । ସେ ଆକ୍ରାନ୍ତଙ୍କ ପରିଚୟ ଦେବାକୁ ମନା କରିଥିଲେ । ଏହା ଅତ୍ୟନ୍ତ ବିପଦଜନକ ଏବଂ ଏଥିରୁ ରକ୍ଷା ପାଇବା ସତର୍କ ଅବଲମ୍ବନ କରିବା ଉଚିତ ବୋଲି ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here