ଅନ ଲାଇନ କ୍ରିକେଟ ବେଟିଙ୍ଗ ଆଡ୍ଡାରେ ଅଚାନକ ପୋଲିସର ଚଢ଼ାଉ | ଶନିବାର ବିଳମ୍ବିତ ରାତିରେ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଅଚାନକ ଚଢ଼ାଉ କରିଛି ପୋଲିସ | ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି | ରାୟଗଡା ସହର ରାଣୀଗୁଡା ଫାର୍ମ ଲକ୍ଷ୍ମୀ ନାରାୟଣ ସାହିରେ ଚାଲିଥିଲା ଅନଲାଇନ କ୍ରିକେଟ ଆଡ୍ଡା | ପୋଲିସ ତାଙ୍କ ନିକଟରୁ ୩ ଲକ୍ଷ ୮୭ ହଜାର ଟଙ୍କା ସହ 3 ଟି ବାଇକ, 5 ଟି ATM, 6 ଟି ମୋବାଇଲ ଓ 3ଟି ଡାଈରୀ ଜବତ କରିଛି | ଏଥିରେ ଅଧିକାଂଶ କଲେଜ ପାଠ ପଢ଼ୁଥିବା ଯୁବକମାନେ ରହିଛନ୍ତି | ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କିଙ୍ଗପିନ ଗୁଣପୁର ଥାନା ସୁଭଦ୍ରାପୁରର ପି. ଈଶ୍ୱର ରାଓ, ରାୟଗଡାର ସୂର୍ଯ୍ୟ ରାଓ, ସାଗର ସାହୁ, ଜ୍ୟୋତି ରଞ୍ଜନ ପଲେଇ, ସତ୍ୟବ୍ରତ ପ୍ରଧାନ | ଘଟଣାର ତଦନ୍ତ ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ହସ୍ତଗତ ହେବ ବୋଲି ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here