ଚଳିତ ବର୍ଷ ଅନୁଷ୍ଠିତ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା । କିନ୍ତୁ ଏଥର ବାଲିଯାତ୍ରାରେ ଭାସମାନ ରେଷ୍ଟୁରାଣ୍ଟ ୧୦୦ ଏକର ଯାଗାରେ ହେବ । କଟକ ର ପ୍ରସିଦ୍ଧ ବାଲିଯାତ୍ରାର କଳେବର ନେଇ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି । କଳେବର ବୃଦ୍ଧି ନେଇ ସଂସ୍କୃତି ବିଭାଗକୁ ଅନୁମତି ବୃଦ୍ଧି ପ୍ରସ୍ତାବ ଦିଆଯିବ । ତଳ ପଡିଆ ବୈଷ୍ଣବ ପାଣି ମଞ୍ଚ ବ୍ୟତିତ ଆଉ ଏକ ମଞ୍ଚ କରାଯିବ । ପ୍ରଥମଥର ଭାସମାନ ରେଷ୍ଟୁରାଣ୍ଟ ଏବଂ ବୋର୍ଟର ବ୍ୟବସ୍ଥା କରାଯିବ । ଜାତୀୟ ଗ୍ରୀନ ଟ୍ରିବୁନାଲ ସହ କୌଣସି ଦ୍ୱନ୍ଦ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ କୋଭିଡରେ ୨ ବର୍ଷ ବନ୍ଦ ଥିବା ବାଲିଯାତ୍ରା ଚାଲିବା ନେଇ ଖୁସି ଅଛନ୍ତି ସାଧାରଣ ଲୋକେ

LEAVE A REPLY

Please enter your comment!
Please enter your name here