ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି କରୋନା । ପଜିଟିଭ୍ ସହ ବଢୁଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ କରୋନା ନେଇଛି ୧୫ ଜଣଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ଜୀବନ ନେଇଛି କରୋନା । ପୁରୀରୁ ୩ ଏବଂ ମୟୂରଭଞ୍ଜରୁ ୨ ଜଣଙ୍କର ଜୀବନ ଯାଇଛି । ରାୟଗଡା, କେନ୍ଦ୍ରାପଡା ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକ, ବଲାଙ୍ଗିର ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା୭୬୭କୁ ବୃଦ୍ଧି ପାଇଛି ।
ସେହିପରି ଆଜି ରାଜ୍ୟରେ ୨ ଲକ୍ଷ ଟପିଛି କରୋନା ସଙ୍କ୍ରମଣ । ଆଜି ୪୨୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୨୦୮ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୬୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୪୬ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି । ସମସ୍ତ ୩୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୪୨୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୪୬୫, ଯାଜପୁର-୨୩୭, ଷ୍ଟେଟ୍ ପୁଲ-୨୨୪,ପୁରୀ-୧୯୯, ଅନୁଗୁଳ-୧୯୪, ଜଗତସିଂହପୁର-୧୮୧, ନୂଆପଡା-୧୭୫, ମୟୂରଭଞ୍ଜ-୧୫୪, ନବରଙ୍ଗପୁର ଓ ସମ୍ବଲପୁରରୁ ୧୩୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର-୧୧୮, କଳାହାଣ୍ଡି-୧୧୬, ବରଗଡ-୧୧୪, କେନ୍ଦ୍ରାପଡା-୧୧୦, କନ୍ଧମାଳ-୧୦୨, କେନ୍ଦୁଝର-୮୨, ଝାରସୁଗୁଡା-୮୧, ସୁନ୍ଦରଗଡ-୮୦, କୋରାପୁଟ-୭୨, ଢେଙ୍କାନାଳରୁ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here