ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଅନେକ ଜୀବନ ମଧ୍ୟ ନେଇସାରିଲାଣି । ତେବେ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ କରୋନାରୁ ମୁକୁଳାଇବା ସେତିକି ସହଜ ନୁହେଁ । ଏହାରି ଭିତରେ ଗଞ୍ଜାମର ୯୫ ବର୍ଷିୟ ଉଦୟନାଥ ବିଶୋଇ କରୋନାରୁ ସୁସ୍ଥହୋଇ ରାଜ୍ୟକୁ ଗୋଟେ ଆଶା ର ଆଲୋକ ଦେଖାଇଛନ୍ତି । ଗଞ୍ଜାମ ଜିଲ୍ଲାର ସରବାଦି ଚାକୁଣ୍ଡା ଗାଁର ବିଶୋଇ । ବିଶୋଇ ସୁସ୍ଥ ହେବାପରେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଟାଟା ହସ୍ଫିଟାଲ ଡ଼କ୍ଟର ଏବଂ ଉଦୟନାଥ ବିଶୋଇଙ୍କୁ କୋଭିଡ଼-ହିରୋ କହିଛନ୍ତି । ଯାହାକୁ ସେ ଟୁଇଟରରେ ସେଆର କରିଛନ୍ତି । ଏବଂ ଲେଖିଛନ୍ତି,ଆପଣଙ୍କ ଏହି ବିଜୟ ଅନ୍ୟମାନଙ୍କୁ ଦୃଢ ରହିବାକୁ ପ୍ରେରଣା ଯୋଗାଇବ । ଗଞ୍ଜାମରେ ଆଜି ପ୍ଲାଜମା ଥେରାପି ପ୍ରଥମ ଥର ପାଇଁ ହୋଇଛି । ପ୍ରଥମ ପ୍ରର୍ଯ୍ୟାୟରେ ୬ଟି ପ୍ଲାଜମା ଆସିଛି । କଟକରୁ ଆସିଥିବା ୬ଟି ପ୍ଲାଜମା ଗଞ୍ଜାମର ୪ଟି କୋଭିଡ଼ ହସ୍ପିଟାଲ ଦିଆଯିବ । ବ୍ରହ୍ମପୁରର ଏମ୍‌କେସିଜି ମେଡ଼ିକାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ଲାଜମା ଥେରାପିର ଶୁଭାରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here