ରାଜ୍ୟରେ ଲଗାତାର କରୋନା ସଙ୍କ୍ରମଣ ବଢୁଥିବାରୁ ୫ଜିଲ୍ଲାରେ ଲକଡ଼ାଉନ କଡାକଡି କରାଯାଇଛି । ଯାହା ଫଳରେ ଟିକେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସୁଛି । ଯଦିଓ ପଜିଟିଭଙ୍କ ସଂଖ୍ୟା ବଢୁଛି କିନ୍ତୁ ଭୁବନେଶ୍ୱରରେ ଆଜି ଲୋକାଲ କେସ୍ କମ୍ ରହିଛି । ଭୁବନେଶ୍ୱରରେ ଆଜି ୨୧ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍‌ରୁ ୧୬ ଓ ଲୋକାଲ କେସ୍ ୬ ଜଣ ଚିହ୍ନଟ ହୋଇଛନ୍ତି । ସତ୍ୟନଗର, କୋଳଥିଆ, ପ୍ରାଇଭେଟ୍ ହସ୍ପିଟାଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚନ୍ଦକାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୁଚନା ଓ ଲୋକସର୍ମ୍ପକ ବିଭାଗ ଟ୍ୱିଟ କରି ଜଣାଇଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ୬୧୪ ଆକ୍ଟିଭ କେସ୍ ଥିବାବେଳେ ୬୨୫ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here