ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ । ପଶ୍ଚିମଓଡିଶାର ୧୧ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଦୀର୍ଘଦିନ ଧରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରିଛି କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଏହି ଦାବି କରାଯାଉଛି । ବଲାଙ୍ଗୀରରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।
ଅନ୍ୟପଟେ ବନ୍ଦ ଡାକରାକୁ ସମ୍ବଲପୁରରେ ବିରୋଧ କରାଯାଇଛି । ସମ୍ବଲପୁରୀ ଭାଷା, ସଂସ୍କୃତି , ସାହିତ୍ୟର କୋଶଳୀକରଣ ଉଦ୍ୟମ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here