ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଅକ୍ଟୋବର ୩ଠରେ ଭାରତ ବନ୍ଦ ପାଳନ ହେବ । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ସାଧାରଣ ବର୍ଗ ସମୂହ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । କୌଣସି ବଡ଼ ରାଜନୈତିକ ଦଳ କିମ୍ବା ଆଖିଦୃଶିଆ ବ୍ୟକ୍ତିବିଶେଷଙ୍କ ବିନା ସହଯୋଗରେ ୩ ଥର ଭାରତ ବନ୍ଦ ହେବା ପରେ ଏହା ଏବେ ଏକ ରାଜନୈତିକ ରୂପରେଖ ନେବାରେ ଲାଗିଛି । ଗତ ସେପ୍ଟେମ୍ବର ୬ ତାରିଖରେ ଭାରତ ବନ୍ଦ ଥିଲା । କେନ୍ଦ୍ରରେ ବିଶ୍ୱଶକ୍ତି ପାର୍ଟି, ଆରକ୍ଷଣ ବିରୋଧୀ ପାର୍ଟି, ଅନାରକ୍ଷିତ ସମାଜ ପାର୍ଟି, ପବ୍ଲିକ ପଲିଟିକାଲ ପାର୍ଟି ଭଳି ରାଜନୈତିକ ଦଳଗୁଡିକ ଏହି ଆନେ୍ଦାଳନ ପଛରେ ରହିଥିବା ଜାଣିବାକୁ ମିିଳିଛି ।

LEAVE A REPLY

Please enter your comment!
Please enter your name here