୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧା , ଝାରସୁଗୁଡା ଓ ନୂଆପଡା ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର, କଟକ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ସୁନ୍ଦରଗଡ, ପୁରୀ ଓ ନବରଙ୍ଗପୁରରୁ ମଧ୍ୟ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୨୮୪କୁ ବୃଦ୍ଧି ପାଇଛି ।
ଆଜି ରାଜ୍ୟରେ ଆଉ ୧୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୪୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୮୮୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୬୫୪ । ଖୋର୍ଦ୍ଧାରୁ ସର୍ବାଧିକ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୧୧୧, ଅନୁଗୁଳ-୧୦୦, କଟକ-୯୯, ବାଲେଶ୍ୱର-୯୨, ମୟୂରଭଞ୍ଜ-୯୧, ଜଗତସିଂହପୁର-୭୮, ବଲାଙ୍ଗୀର-୬୭, କେନ୍ଦ୍ରାପଡା-୬୨, ନୂଆପଡା-୫୧, ପୁରୀ-୪୯, କଳହାଣ୍ଡି-୪୭, ନବରଙ୍ଗପୁର-୪୩, ଝାରସୁଗୁଡା-୪୨, ମାଲକାନଗିରି- ୪୨, ବରଗଡ-୪୧, କେନ୍ଦୁଝର-୩୮, ଷ୍ଟେଟ୍ ପୁଲ-୩୬, ନୟାଗଡ-୩୩, ସମ୍ବଲପୁର-୩୨, ସୁବର୍ଣ୍ଣପୁର ଓ ଗଞ୍ଜାମରୁ ୨୯ ଲେଖାଏଁ , କୋରାପୁଟରୁ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ-୨୪, ଯାଜପୁର-୨୨, କନ୍ଧମାଳ-୧୪,ରାୟଗଡା-୧୦, ଭଦ୍ରକ-୯, ଦେବଗଡ-୭, ଗଜପତି-୫, ବୌଦ୍ଧରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇ ଘରକୁ ଫେରିଲେଣି ୨ ଲକ୍ଷ ୬୮ ହଜାର ୧୧୫ ଏବଂ ଆକ୍ଟିଭ୍ କେସ୍ ରହିଛି ୧୬ ହଜାର ୩୦

LEAVE A REPLY

Please enter your comment!
Please enter your name here