ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଭିନ୍ନକ୍ଷମ ଖେଳାଳୀମାନେ ସରକାରୀ ଚାକିରି ଦାବୀରେ ଧାରଣା ଦେଇଛନ୍ତି । ରାଜ୍ୟ ସଚିବାଳୟ ସମ୍ମୁଖରେ ଧାରଣାରେ ବସିଥିବା ଏହି ଖାତି ସମ୍ପନ୍ନ ଭିନ୍ନକ୍ଷମ ଖେଳାଳୀ ମାନେ ପାରା ଏସିଆନ କ୍ରୀଡା , ପାରା ଅଲମ୍ପିକ କ୍ରୀଡାରେ ଭାଗନେଇ ପଦକ ଜିତିବା ସହ ଓଡିଶା ପାଇଁ ଗୌରବ ଆଣିଥିଲେ । ୨୦୧୨ ମସିହାରୁ ସରକାର ସାଧାରଣ ଖେଳାଳୀମାନଙ୍କ ପରି ଭିନ୍ନକ୍ଷମ ଖେଳାଳୀମାନଙ୍କୁ ସମାନ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଥିଲେ , ମାତ୍ର ୨୦୧୬ ମସିହାରେ ସରକାର ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁଯାୟୀ କେବଳ ଜାତୀୟ କ୍ରୀଡା ,ଏସିଆନ ଓ ଅଲମ୍ପିକ ଖେଳାଳୀମାନଙ୍କୁ ସରକାରୀ ଚାକିରୀ ଦେବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ଭିନ୍ନକ୍ଷମ ଖେଳାଳୀମାନେ ବିରୋଧ କରିଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି ୫୦ରୁ ୬୦ ଜଣ ଭିନ୍ନକ୍ଷମ ଖେଳାଳୀ ଏହି ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here