ମୋବାଇଲ ଡିସପ୍ଲେ ପକାଇବାକୁ ବାପାଙ୍କୁ ୫ ହଜାର ଟଙ୍କା ମାଗିଥିଲେ ଇଞ୍ଜିନିୟରିଂ ଛାତ୍ର ଲକ୍ଷ୍ମୀକାନ୍ତ । ବାପା ୫ହଜାର ଟଙ୍କା ଦେବାକୁ କଥା ଦେଇଥିଲେ । କିନ୍ତୁ ଟଙ୍କା ଯୋଗାଡ କରିପାରିନଥିଲେ । ୫ ହଜାର ଟଙ୍କା ପାଇଁ ଘରେ ଝଗଡା କରି ମହାନଦୀକୁ ଡେଉଁପଡିଥିଲେ । ଅଗ୍ନିଶମ ବାହିନୀର ଖୋଜାଖୋଜି ପରେ ବି ଲକ୍ଷ୍ମୀକାନ୍ତଙ୍କ ପତ୍ତା ମିଳୁନି । ଲକ୍ଷ୍ମୀକାନ୍ତଙ୍କୁ ମାତ୍ର ୧୮ ବର୍ଷ । କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର କରତୁଠା ଗାଁର ଉମାକାନ୍ତ ନାୟକଙ୍କ ପୁଅ ଲକ୍ଷ୍ମୀକାନ୍ତ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢନ୍ତି । ଲକ୍ ଡାଉନ୍ ପାଇଁ କିଛିଦିନ ହେବ ଆସି ଘରେ ରହିଥିଲେ । ଲକ୍ଷ୍ମୀକାନ୍ତଙ୍କର ମୋବାଇଲ ଡିସପ୍ଲେ ନଷ୍ଟ ହୋଇଯାଇଥିବାରୁ ଡିସପ୍ଲେ ପକାଇବାକୁ ଘରେ ୫ ହଜାର ଟଙ୍କା ମାଗିଥିଲେ । ବାପା ମଧ୍ୟ ଆଜି ଟଙ୍କା ଯୋଗାଡ କରି ଦେବାକୁ କହିଥିଲେ । ଘରେ ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲ । ଘରୁ ରାଗିଯାଇ ପଲସର ବାଇକ୍ ଧରି କୁଜଙ୍ଗ କୃଷୀ ଫାର୍ମ ନିକଟସ୍ଥ ମହାନଦୀ ପାଖରେ ନିଜର ବାଇକ୍ ଏବଂ ମୋବାଇଲ ରଖି ମହାନଦୀକୁ ଡେଇଁ ପଡିଥିଲେ । ପରେ ଅଗ୍ନିଶମ କର୍ମଚାରୀ ଲକ୍ଷ୍ମୀକାନ୍ତଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଲକ୍ଷ୍ମୀକାନ୍ତଙ୍କର ପତ୍ତା ମିଳିପାରିନି । ଏହି ଘଟଣାକୁ ନେଇ ଏବେ କରତୁଠା ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here