ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଗୋଳାପଲ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା. ମିଳିଥିବା ସୂଚନା ଅନୁସାରେ, 8 ଦିନ ତଳେ ଶେଖ ଆଲ୍ଲାମଙ୍କ 14 ବର୍ଷର ଝିଅ ପରୱିନ ଆରଡବଜାରସ୍ଥିତ ଏସକେ ସାଦତ୍ତ ଓରଫ ମାମୁନଙ୍କ ସହ ଯାଇ ତାଙ୍କ ଘରେ ରହୁଥିଲେ. ମାତ୍ର 23 ତାରିଖ ଦିନ ତାଙ୍କ ମୃତଦେହ ଘରପାଖରେ ପଡିଥିବା ପରିବାର ଲୋକେ ଖବର ପାଇଥିଲେ. ପରେ ତାଙ୍କୁ ଉଦ୍ଧାର କରି ପରିବାର ପରୱିନଙ୍କୁ ହସ୍ପିଟାଲ ନେଇଥିଲେ. ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ପରେ ପରିବାର ତରଫରୁ ପୋଲିସକୁ ଏ ନେଇ ଖବର ଦିଆଯାଇଥିଲା. ଅନ୍ୟପଟେ ପରୱିନଙ୍କ ବାମ ପଟ ବେକରେ ଗୁଳି ବାଜିଥିବାରୁ ପରିବାର ଲୋକେ ପ୍ରେମିକ ଉପରେ ହତ୍ୟା ଆରୋପ ଲଗାଇଛନ୍ତି ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here