ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ଅବକାରୀ ବିଭାଗକୁ ପୂର୍ବରୁ ଖବର ମିଳିଥିଲା ଯେ କନ୍ଧମାଳର ବାଲିଗୁଡ଼ାରୁ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ ଦିଲ୍ଲୀକୁ ଚାଲାଣ ହେଉଛି। ଅବକାରୀ ବିଭାଗ ଡାଙ୍ଗାପଥର ଓ ପାଇକ ସମରା ଛକ ନିକଟରେ ଦୁଇଟି ଗାଡ଼ିକୁ ଅଟକାଇ ତଲାସି କରିଥିଲା । ତଲାସି ବେଳେ ଗୋଟିଏ ଗାଡ଼ିରୁ ୧.୬୦ କ୍ୱିଣ୍ଟାଲ ଏବଂ ଅନ୍ୟ ଏକ ପିକ୍‌ଅପ୍‌ ଭ୍ୟାନ୍‌ (OD-21B-3281)ରୁ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ଗଞ୍ଜେଇକୁ ୨୪ଟି କପଡ଼ା ବସ୍ତାରେ ପ୍ୟାକ୍‌ କରାଯାଇଥିଲା। ଚଢ଼ାଉରେ ଦକ୍ଷିଣ ଦିଲ୍ଲୀର ଓମ୍‌ ପ୍ରକାଶ, ଲୁଧିଆନାର ବିଶାଳ, ଉତ୍ତର-ପଶ୍ଚିମ ଦିଲ୍ଲୀର ରମେଶ ଏବଂ କନ୍ଧମାଳ ବାଲିଗୁଡ଼ାର ଜଗ ମଲ୍ଲିକଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ବଲାଙ୍ଗିର କୋର୍ଟକୁ ଚାଲାଣ କରାଯାଇଛି। ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଅନ୍ୟ ସହଯୋଗୀମାନଙ୍କ ମିଳିତ ଉଦ୍ୟମରେ ଏହି ଅଭିଯାନ ସଫଳ ହୋଇଥିଲା।

LEAVE A REPLY

Please enter your comment!
Please enter your name here