ଶତ୍ରୁ ଦେଶର ଡ୍ରୋନକୁ ମୁକାବିଲା କରିବ ଭାରତୀୟ ଚିଲ । ଭାରତୀୟ ସେନା ଏମିତି କୌଶଳ ଆପଣାଇଛି । ଶତ୍ରୁର ଡ୍ରୋନକୁ ମୁକାବିଲା କରିବା ପାଇଁ ଚିଲମାନଙ୍କୁ ତାଲିମ ଦେଇଛି ଭାରତୀୟ ସେନା । ଆଜି ଉତ୍ତରାଖଣ୍ଡ ଓାଲିରେ ଭାରତୀୟ ସେନା ଓ ଆମେରିକା ସେନାର ମିଳିତ ସମାରାଭ୍ୟାସରେ ଏହି କୌଶଳ ପ୍ରଦର୍ଶନ କରାଯାଇଛି । ଶତ୍ରୁର ଡ୍ରୋନକୁ ମୁକାବିଲା କରିବା ପାଇଁ ଚିଲମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଭାରତୀୟ ସେନାର ଚିଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେନା ପାଇଁ ନୂଆ ସଫଳତା ଆଣିଦେଇଛି । ଶତ୍ରୁ ପକ୍ଷର ଡ୍ରୋନ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ତାଲିମପ୍ରାପ୍ତ ଚିଲମାନେ ଆକ୍ରମଣ କରିବେ ।

LEAVE A REPLY

Please enter your comment!
Please enter your name here