ଗଞ୍ଜାମ ଆସିକା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି । ଅଭିଯୁକ୍ତଦ୍ୱୟ ବିଜେଡ଼ି ନେତା ବାହନ ଲେଙ୍କା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡିଛି । ପୋଲିସ ସେମାନଙ୍କ ନିକଟରୁ ୯ ଏମଏମ ବୋର ମାଉଜର, ୫ ରାଉଣ୍ଡ ଗୁଳି, ୧୭୫୦୦ ଟଙ୍କା ଓ ଗୋଟିଏ ବାଇକ୍‌ ଜବତ କରିଛି ।

ସୂଚନାଯୋଗ୍ୟ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଟନଈ ନିକଟସ୍ଥ ପଲିମାଳ ଠାରେ ସୁନୀଲ ଜେନା ଓ ତାଙ୍କ ଭାଇ ପୂର୍ଣ୍ଣ ଚନ୍ଦ୍ର ଜେନା ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଅଭିଯୁକ୍ତ ଦ୍ୱୟ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିଲେ। ଏହାର ଜବାବରେ ପୁଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ଦୁଇଟି ଗୁଳି ଦୁଇ ଅଭିଯକ୍ତଙ୍କୁ ଡାହାଣ ଗୋଡରେ ବାଜିଥିଲା। ଉଭୟ ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ିଯିବା ପର ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଛି। ଅଭିଯୁକ୍ତ ଦୁଇଜଣ ହେଉଛନ୍ତି କୃଷ୍ଣ ଜେନା ଓ ସୁନିଲ୍ ଜେନା ଓରଫ ଅଲେଖ ।

LEAVE A REPLY

Please enter your comment!
Please enter your name here