“ଜନସାଧାରଣ ହେଉଛନ୍ତି ଗଣତନ୍ତ୍ର ଆତ୍ମା I ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯ଼ାଇଛି I ପୋଲିସ ଥାନା, ଡାକ୍ତରଖାନା ଓ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି, ସେମାନେ ହିଁ ଏହାର ପ୍ରକୃତ ମାଲିକ I ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯ଼ିବ I … ଲୋକମାନେ ହେଉଛନ୍ତି ପ୍ରକୃତ ସରକାର I “ ଆଜି ଏମିତି ଢଙ୍ଗରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏସ ଅଧିକାରୀମାନଙ୍କୁ ଶପଥ ପାଠ କରାଇଛନ୍ତି I ଆଇଏସ ଅଫିସର ଓ ଜିଲ୍ଲାପାଳମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସାଢେ ଚାରିକୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର, ସେମାନଙ୍କ ଜୀବନ ଧାରଣ ମାନରେ ପରିବର୍ତନ ପାଇଁ ଆପଣମାନେ କାମ କରନ୍ତୁ ବୋଲି କହିଥିଲେ I

LEAVE A REPLY

Please enter your comment!
Please enter your name here