ଏ ହେଉଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଗାଁ । ଆଦିବାସୀ ବହୁଳ ଏହି ଗାଁରେ ଜୀବିକାର ଆଧାର ହେଉଛି କୌଳିକ ବୃତ୍ତି । ମାତ୍ର ସମୟକ୍ରମେ ସେସବୁ ସଂକୁଚିତ ହୋଇ ଆସୁଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜୀବିକା ପାଇଁ ବଡ ସମସ୍ୟା ସୃଷ୍ଟି ହୋଇଛି । ରୋଜଗାରର ବିଶେଷ ପନ୍ଥା ନଥିବା ବେଳେ ବର୍ତମାନ କିଛି ଆଦିବାସୀ ମହିଳା ଓ ପୁରୁଷ ବାଉଁଶ ତିଆରି ହସ୍ତ ଶିଳ୍ପକୁ ଜୀବିକା ଭାବେ ଗ୍ରହଣ କରିନେଇଛନ୍ତି । ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରୁ ଆକର୍ଷଣୀୟ ବସ୍ତୁ ତିଆରି କରି ବଜାରରେ ବିକ୍ରି କରିପାରୁଛନ୍ତି. ଆଦିବାସୀଙ୍କ ବାଉଁଶ ତିଆରି ସାମଗ୍ରୀର ବେଶ୍ ଚାହିଦା ମଧ୍ୟ ରହିଛି. ଏହାଦ୍ବାରା ସେମାନେ କିଛି ଉପାର୍ଜନ କରିବାକୁ ସକ୍ଷମ ହୋଇପାରୁଛନ୍ତି । ବାଇଟ୧-ଲକ୍ଷ୍ମୀ ହନ୍ତାଳ , ବାଉଁଶ ଶିଳ୍ପ କାରିଗର ।
ବାଇଟ୨-ଶାନୁ ଖିଲ, ବାଉଁଶ ଶିଳ୍ପ କାରିଗର ।
ଭିଓ୨- ବିକଳ୍ପ ରୋଜଗାର ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଥମେ ମହିଳାମାନଙ୍କୁ ବାଉଁଶ କାରୁକାର୍ୟ୍ୟ ସଂପର୍କରେ ତାଲିମ ଦିଆଯାଇଥିଲା । ତାଲିମ ପରେ ଏମାନେ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସ୍ଵାବଲମ୍ବି ହୋଇପାରିଛନ୍ତି । ତେବେ ଜଙ୍ଗଲରେ ବାଉଁଶ ଗଛ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗୁଥିବା ବେଳେ ବାଉଁଶ ସଂଗ୍ରହ ପାଇଁ ଏମାନଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡୁଛି ।
ବାଇଟ୩- ଗୁରୁ ଖିଲ , ବାଉଁଶ ସଂଗ୍ରହ କାରୀ ।
ଏଫଭିଓ- ମାଲକାନଗିରି ଜିଲ୍ଲାରେ ରୋଜଗାରର ବିଶେଷ ପନ୍ଥା ନଥିବା ବେଳେ ଏହି ଆଦିବାସୀ ମହିଳା ଓ ଯୁବକମାନେ ବାଉଁଶ ତିଆରି ସାମଗ୍ରୀ କରି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ମାଲକାନଗିରିରୁ ଏ ଦେବାଶିଷ ପାତ୍ରଙ୍କ ରିପୋର୍ଟ ତକ୍ଷକ ନୁ୍ୟଜ୍

LEAVE A REPLY

Please enter your comment!
Please enter your name here