ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପିର ଦୁଇନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ ଓଡିଶା ପୋଲିସ ସମନ ପଠାଇ ଥିବାବେଳେ ଦୁଇ ବିଜେପି ନେତା ଆଜି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୨୦୧୭ ସେପ୍ଟେମ୍ବର ୧୬ ତାରିଖରରେ ଛତ୍ରପୁର ଠାରେ ଲକ୍ଷ୍ମୀଦତ୍ତଙ୍କୁ ତାଙ୍କ ବାସଭବନ ସାମ୍ନାରେ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ସମସ୍ତ ପ୍ରମାଣ ସିସିଟିଭି ଫୁଟେଜ ଦ୍ୱାରା କଏଦ୍ ହୋଇଥିଲା । ହତ୍ୟାକାଣ୍ଡର କିଛିଦିନ ପୂର୍ବରୁ ସଂପୃକ୍ତ ଅଭିଯୁକ୍ତ ଆକ୍ରମଣକାରୀମାନେ ବିଜେପି ଦଳରେ ଯୋଗଦାନ କରିଥିଲେ । ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଯୋଜନାବଦ୍ଧ ଭାବେ କରାଯାଇଥିଲା ଏବଂ ରାଜନୈତିକ ଅକ୍ରୋଶରୁ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here