ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଛାଡି ବିଜେପିରେ ସାମିଲ୍ ହୋଇଥିବା ସାଂସଦଙ୍କ ବିରୋଧରେ ଜାମିନି ବିହୀନ ଦୁଇଟି ଧାରା ଆଧାରରେ ଏଫଆଇଆର ରୁଜୁ ହୋଇଛି । ଏହା ମଧ୍ୟରେ ପଞ୍ଜାବ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ସ୍ଥିତ ବାସଭବନ ପହଞ୍ଚିଥିଲେ । ହେଲେ ସନ୍ଦୀପ ପାଠକ ନିଜର ସରକାରୀ ବାସଭବନର ପଛ ଦ୍ୱାର ଦେଇ ପଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହୋଇଛି ।
ସନ୍ଦୀପ ପାଠକ ନିଜ ବିରୋଧରେ ରୁଜୁ ଏଫଆଇଆର ବିଷୟରେ କିଛି ଜାଣି ନ ଥିବା କହିଛନ୍ତି । କୌଣସି ପୋଲିସ ଅଧିକାରୀ ମଧ୍ୟ ତାଙ୍କ ସହ ଯୋଗାଯୋଗ କରି ନ ଥିବା ସେ କହିଛନ୍ତି । ସେ କହିଛନ୍ତି ମୁଁ ପୂରା ଜୀବନ ନିଷ୍ଠା ଓ ସଚ୍ଚୋଟତାର ସହ ଦେଶର ସେବା କରିଛି । ସୂଚନାଥାଉ କି, ସନ୍ଦୀପ ପାଠକ ସେହି ସାତ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ସାମିଲ୍ ଯେଉଁମାନେ ଆପ୍ ଛାଡି ବିଜେପିରେ ସାମିଲ୍ ହୋଇଛନ୍ତି । ଏହାକୁ ନେଇ ଦେଶର ରାଜନୀତି ଜୋର ଧରିଛି । ଏବେ ପଞ୍ଜାବ ସରକାର ସନ୍ଦୀପ ପାଠକଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପୂରା ରାଜନୀତକୁ ନୂଆ ମୋଡ ଦେଇଛି ।

LEAVE A REPLY

Please enter your comment!
Please enter your name here