ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ପୂର୍ବରୁ ବୈଷୟିକ କିମ୍ବା ଅନ୍ୟାନ୍ୟ କାରଣରୁ ଟଙ୍କା ପାଇବାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଅର୍ଥରାଶି ଜାରି କରାଯାଇଛି। ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି । ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ମହିଳା ମାନେ ଗତ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନା ଟଙ୍କା ପାଇନଥିଲେ । ଏହି ପର୍ଯ୍ୟାୟରେ ମୋଟ ୧.୨୩ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି, ଯେଉଁଥିରେ ପୂର୍ବରୁ ବାଦ୍ ପଡ଼ିଥିବା ୭୯ ହଜାର ମହିଳା ମଧ୍ୟ ସାମିଲ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରାୟ ୬୨ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ (DBT ମାଧ୍ୟମରେ) ହସ୍ତାନ୍ତର କରାଯାଇଛି। ଆଉ ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ବା ‘ଫିଲ୍ଡ ଭେରିଫିକେସନ’ ଚାଲିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା ଆହୁରି ୩ ଲକ୍ଷ ୨୬ ହଜାର ନୂତନ ଆବେଦନ ମିଳିଛି, ଯାହାର ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।

LEAVE A REPLY

Please enter your comment!
Please enter your name here