ଓମିକ୍ରନ ପାଇଁ ନିଜ ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ଅନ୍ୟ ଏକ ବାହାଘର ପରେ ଓମିକ୍ରନ ସଙ୍କ୍ରମଣ ହୋଇଥିବାରୁ ଜାସିଣ୍ଡା ନିଷ୍ପତ୍ତି । ବିବାହ ବାତିଲ ପରେ ଜାସିଣ୍ଡା ଅରଡେନ କହିଛନ୍ତି , ଏହା ହିଁ ଜୀବନ । ଟିଭି ଉପସ୍ଥାପକ କ୍ଲାର୍କ ଗୟଫୋର୍ଡଙ୍କ ସହ ବାହା ହେବେ ଜାସିଣ୍ଡା ଅରଡେନ । ଓମିକ୍ରନ ସଙ୍କ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହାକୁ ଦେଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଅରଡେନ କୋଭିଡ କଟକଣା କଡାକଡି କରିଛନ୍ତି । ବଢୁଥିବା ସଙ୍କ୍ରମଣକୁ ଦେଖି କଟକଣା ଲଗାଇବା ଜରୁରୀ ବୋଲି ସେ କହିଛନ୍ତି । ସ୍ଥିତି ସ୍ୱାଭାବିକ ହେଲେ ବିବାହ କରିବେ ବୋଲି ସେ କହିଛନ୍ତି । ଏବେ ବିବାହ ବେଳେ ୧୦୦ ଜଣଙ୍କୁ ଯୋଗ ଦେବାର ଅନୁମତି ରହିଛି । ଆଉ ଏହି ୧୦୦ ଜଣ ଟିକାର ସମସ୍ତ ଡୋଜ୍ ନେଇଥିବା ଜରୁରୀ ।

LEAVE A REPLY

Please enter your comment!
Please enter your name here