ଦିନକୁ ଦିନ ଅସୁରକ୍ଷିତ ହୋଇପଡିଲାଣି ସ୍ମାର୍ଟସିଟି ଭୁବନେଶ୍ୱର । ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କଲେଣି ଲୁଟେରା । ପ୍ରତ୍ୟେକ ଦିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟ କରୁଛନ୍ତି ଲୁଟେରା । ଦିନ ଦ୍ୱିପହରରେ ଲୋକଙ୍କ ସାମ୍ନାରେ ବୁଲାଉଛନ୍ତି କଳାକନା । ପୁରା ପ୍ରି ପ୍ଲାନିଂ କରି କରୁଛନ୍ତି ଚୋରୀ । କେତେବେଳ ସାଧାରଣ ଗ୍ରାହକ ହୋଇ ଦୋକାନରୁ ଲୁଟୁଛନ୍ତି ତ ଆଉ କେତେବେଳେ ପୁରା ଫିଲ୍ମ ଷ୍ଟାଇଲରେ ଦୋକାନରେ ବୁଲାଉଛନ୍ତି କଳାକନା । ଆଜି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗହଣା ଦୋକାନରୁ ସୁନା, ରୂପା ଭର୍ତ୍ତି ବ୍ୟାଗ ଧରି ପଳାଇଛନ୍ତି ଦୁଇ ଲୁଟେରା । ପ୍ରାୟ ୧୪ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାଙ୍କ ଲୁଟ କାରନାମା ସିସିଟିଭିରେ କଏଦ ହୋଇଛି । ଦୋକାନ ମାଲିକ ପୂଜା କରୁଥିବା ସମୟରେ ବ୍ୟାଗ ଧରି ଛୁ ମାରିଛନ୍ତି ମୁଖାଧାରୀ ଲୁଟେରା । ଜଣେ ବାଇକ ଧରି ରାସ୍ତାରେ ଛିଡା ହୋଇଥିବାବେଳେ ଆଉ ଜଣେ ଦୋକାନ ଭିତରେ ପଶି ଲୁଟ କରିଛି । ଶନିବାର ନୟାପଲ୍ଲୀ ଇନ୍ଦଧନୂ ମାର୍କେଟର ଏକ ଦୋକାନରୁ ଫିଲ୍ମ ଷ୍ଟାଇଲରେ ଲୁଟ କରିଥିଲେ ଲୁଟେରା । ଦୋକାନକୁ ଗ୍ରାହକ ହୋଇ ଯାଇ ପ୍ରଥମେ ଏକ ହର୍ଲିକ୍ସ ମାଗିଥିଲେ । ଏବଂ ଟଙ୍କା ନଦେଇ ହର୍ଲିକ୍ସ ନେଇ ଦୌଡି ପଳାଇଥିଲେ । ଟଙ୍କା ନଦେବାରୁ ପିଛା କରିଥିଲେ ଦୋକାନ ମାଲିକ । ଏବଂ ଆଉ ଜଣେ ସାଥୀ ଲୁଟେରା ସୁଯୋଗ ପାଇ ଦୋକାନରେ ଯାହା ଟଙ୍କା ଥିଲା ସେସବୁକୁ ନେଇଯାଇଥିଲା । ସେହିପରି ରବି ଟକିଜର ଏକ ମେଡିସିନ ଷ୍ଟୋରରୁ ଗତକାଲି ଲୁଟ କରିଥିଲେ ଲୁଟେରା ।

LEAVE A REPLY

Please enter your comment!
Please enter your name here