ଜାକର୍ତ୍ତା ଷ୍ଟାଡିୟମରେ ଉଦଘାଟନ ହେବ ଏସିଆନ ଗେମ୍ସ ୨୦୧୮। ଏସିଆନ ଭାରତୀୟ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟ ରଖି ଆସନ୍ତାକାଲି ପଡିଆକୁ ଓହ୍ଲାଇବେ। ୧୮ତମ ଏସିଆନ ଗେମ୍ସ ପାଇଁ ଇଣ୍ଡୋନେସିଆର ଦୁଇ ସହର ଜାକର୍ତ୍ତା ଓ ପାଲେମ୍ବାଙ୍ଗଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ଯାଏ ଏହି କ୍ରୀଡା ମହାକୁମ୍ଭ ଚାଲିବ। ପ୍ରତିଯୋଗିତାରେ ୬୭ଟି ଇଭେଣ୍ଟରେ ୪୫ଟି ଦେଶରୁ ୧୧ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ତେବେ ଭାରତୀୟ ଦଳରେ ଅଛନ୍ତି ୫୭୨ ଆଥଲେଟ।

LEAVE A REPLY

Please enter your comment!
Please enter your name here