ଜୁନ୍ ୬ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ ପୁରୁଷ ହକି ମ୍ୟାଚ୍ । ଏଥିପାଇଁ ଘୋଷଣା କରାଯାଇଛି ଖେଳାଳୀଙ୍କ ନାଁ । ଆଜି ୧୮ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ମନପ୍ରୀତ ସିଂହଙ୍କୁ ଦିଆଯାଇଛି। ସେହିପରି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଭାରତୀୟ ଦଳର ଉପଅଧିନାୟକ ମନୋନୀତ କରାଯାଇଛି। ବୀରେନ୍ଦ୍ରଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ଖେଳାଳି ଭାବେ ଅମିତ୍ ରୋହିଦାସ ଟିମରେ ସ୍ଥାନ ପାଇଛନ୍ତି। ଦୀର୍ଘଦିନ ପରେ ଅଭିଜ୍ଞ ରମନଦୀପ ସିଂହ ଦଳକୁ ଫେରିଛନ୍ତି। ରମନଦୀପ ଆହତ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବରୁନ୍ କୁମାର ମଧ୍ୟ ଟିମକୁ ଫେରିଛନ୍ତି।

ସୁଚନାଅନୁସାରେ, ଜୁନ୍ ୬ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୁଲ-ଏ’ରେ ରୁଷ, ପୋଲାଣ୍ଡ ଓ ଉଜବେକିସ୍ତାନ ସହ ରହିଛି। ସେହିପରି ଗ୍ରୁପ୍-ବି’ରେ ଅଷ୍ଟାଦଶ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାପାନ, ମେକ୍ସିକୋ, ଆମେରିକା ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି।

LEAVE A REPLY

Please enter your comment!
Please enter your name here