ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବେ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା. ଏ ନେଇ ସେ ନିଜେ ସୋମବାର ଟ୍ୱିଟ କରି ଜଣାଇଛନ୍ତି. ଅଭିନେତା ତଥା ବ୍ୟବସାୟୀ ବିଶାଗନ ବନଙ୍ଗମୁଡିଙ୍କୁ ସୌନ୍ଦର୍ଯ୍ୟା ବିବାହ କରିବେ ବୋଲି ସୂଚନା ମିଳିଛି. ଫେବୃୟାରୀ 11 ତାରିଖ ଚେନ୍ନାଇରେ ଏହି ବିବାହ ଅନୁଷ୍ଠିତ ହେବ. ଏଠାରେ ସୂଚନାଯୋଗ୍ୟ ଯେ, ସୌନ୍ଦର୍ଯ୍ୟା ପୂର୍ବରୁ ଶିଳ୍ପପତି ଆର୍. ଅଶ୍ୱିନୀଙ୍କୁ ବିବାହ କରିଥିଲେ. 8 ବର୍ଷ ଏକାଠି ରହିବା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ. ସେମାନଙ୍କର ବେଦ୍ ନାମକ ଏକ ତିନି ବର୍ଷର ପୁଅ ମଧ୍ୟ ଅଛି. ଅନ୍ୟପଟେ ବିଶାଗନଙ୍କ ମଧ୍ୟ ଏହା ହେଉଛି ଦ୍ୱିତୀୟ ବିବାହ. ପୂର୍ବରୁ ବିଶାଗନ, ମାଗାଜିନ ଏଡିଟର୍ କନିକା କୁମାରନଙ୍କୁ ବିବାହ କରିଥିଲେ. ଏହାଛଡା ସୋନ୍ଦର୍ଯ୍ୟା ମଧ୍ୟ କେତେକ  ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି.

LEAVE A REPLY

Please enter your comment!
Please enter your name here