ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସିବିଆଇରେ ହାଜର ହୋଇଛନ୍ତି । ସିବିଆଇରେ ହାଜର ହେବା ପୂର୍ବରୁ ସିସୋଦିଆ ଆପ୍ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଘରୁ ବାହାରିଥିଲେ । ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସିସୋଦିଆ ଖୋଲା କାର୍ ଉପରୁ ଛିଡା ହୋଇ ସମର୍ଥକଙ୍କୁ ଉଦବୋଧନ ଦେଇଥିଲେ । ସିସୋଦିଆ କହିଛନ୍ତି, ସେ ସାରା ଜୀବନ ସ୍ବଚ୍ଛତାର ସହ କାର୍ଯ୍ୟ କରିଛନ୍ତି । ତେଣୁ ସେ ଜେଲ୍ ଯିବାକୁ ଭୟ କରନ୍ତିନି ବୋଲି କହିଛନ୍ତି । ତେବେ ଶୋଭାଯାତ୍ରାରେ ଆସି ସିବିଆଇରେ ହାଜର ହେବା ଘଟଣାକୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସମାଲୋଚନା କରିଛନ୍ତି । ସମ୍ବିତ କହିଛନ୍ତି, ଇଭେଣ୍ଟ ମ୍ୟାନେଜମେଣ୍ଟ ଶୋଭାଯାତ୍ରା କରି ଦୁର୍ନୀତିକୁ ଲୁଚାଇବା ସମ୍ଭବ ନୁହେଁ ।
ଗତବର୍ଷ ଆମ୍ ଆଦମୀ ପାର୍ଟି ସରକାର ଦିଲ୍ଲୀରେ ନୂଆ ମଦ ବିକ୍ରି ନୀତି ପ୍ରଣୟନ କରିଥିଲେ । ତେବେ ନୂଆ ନିୟମ ପଛରେ କୋଟି କୋଟି ଟଙ୍କାର ସ୍କାମ ରହିଥିବା ଅଭିଯୋଗ କରିଥିଲେ ବିରୋଧୀ । ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସାକ୍ସେନା ଗତବର୍ଷ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ ଆପ୍ ସରକାରରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ସିସୋଡିଆଙ୍କୁ ସିବିଆଇରେ ହାଜର ହେବାକୁ ଗତ ସପ୍ତାହରେ ସିବିଆଇ ସମନ କରିଥିଲା । ମାତ୍ର ବଜେଟ ପାଇଁ ସମପ୍ତାହେ ସମୟ ନେଇଥିଲେ ମନୀଷ ସିସୋଡିଆ ।

LEAVE A REPLY

Please enter your comment!
Please enter your name here