ଗୁରୁବାର ବିଜେଡି ପକ୍ଷରୁ ବହୁ ଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ  ଘୋଷଣା ହୋଇଛି. ମୀନାକ୍ଷୀ ଅମାନ୍ତଙ୍କୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ଲଢିବା ପାଇଁ ଦଳ ଘୋଷଣା କରିଛି. ଆଉ ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ଥିବା ବେଳେ ଆଜି ଚମ୍ପୁଆ ଆସନ ଲଢିବା ପାଇଁ ଦଳ ମୀନାକ୍ଷୀଙ୍କୁ ପ୍ରାର୍ଥୀ ରୂପେ ଚୟନ କରିଛି. ଗତଥର ପପୁ ପମ୍ ପମ୍ ଏହି ଆସନରୁ ଲଢି ଶୋଚନୀୟ ପରାଜୟ ବରଣ କରିଥିଲେ ଏବଂ ସ୍ୱାଧୀନ ଭାବେ ଲଢି ସନାତନ ମହାକୁଡ ବିଜୟ ଲାଭ କରିଥିଲେ. ଏବେ କେନ୍ଦ୍ରାପଡା ଓ ବାରିପଦା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ରହିଛି.

LEAVE A REPLY

Please enter your comment!
Please enter your name here