ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣିଛନ୍ତି । ଜଗବନ୍ଧୁ କହିଛନ୍ତି, ଅକ୍ଷୟ ପରିଜା ଚକ୍ରାନ୍ତ କରି ସେମାନଙ୍କୁ ଫସାଇଛନ୍ତି । ଶ୍ରଦ୍ଧାଞ୍ଜଳି ପଇସା ଲୋଭରେ ଆମ ବିରୋଧରେ ଏତଲା ଦେଇଛି । ଆମ ମୁଣ୍ଡରେ ଅଠା ବୋଳା ଯାଇଛି । ଏହା ପଛରେ ଆହୁରୀ ଅନେକ ଲୋକ ଥିବା ଜଗବନ୍ଧୁ କହିଛନ୍ତି । ସେମାନଙ୍କୁ ବାହାର କରିବାକୁ ମଧ୍ୟ ଦାବି କରିଛନ୍ତି । ଏଥିସହିତ ଜଗବନ୍ଧୁ କହିଛନ୍ତି , ସେମାନେ କାହାକୁ ଟଙ୍କା ମାଗିନାହାଁନ୍ତି । ସମୟ ଆସିଲେ ସବୁ କଥା କହିବେ । ଆଜି କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବାବେଳେ ଗଣମାଧ୍ୟମ ଆଗରେ ଏଭଳି ବିସ୍ଫୋରକ କଥା କହିଛନ୍ତି ଜଗବନ୍ଧୁ ଚାନ୍ଦ ।

LEAVE A REPLY

Please enter your comment!
Please enter your name here