ଦାଦା ବଟି ଆଦାୟ କରିବା ପାଇଁ ୱେବ ପୋର୍ଟାଲ ସାମ୍ବାଦିକାଙ୍କର ଥାର୍ଡ ଡିଗ୍ରୀ ଅତ୍ୟାଚାର । ଆଗଧାଡିର ସାମ୍ବାଦିକା ବୋଲି ପରିଚୟ ଦେଇ ଖଣି ଦୁର୍ନିତୀରେ ଫସାଇ ଦେବା ପାଇଁ କହିବା ସହିତ ଦୁଇ ଜଣ ଖଣି ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ । ଗୋଟିଏ ଘରେ ଦୁଇ ଦିନ ବନ୍ଦ କରି ରଖିବା ପରେ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ପରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ ଏହି ସାମ୍ବାଦିକା । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ପରେ ପୁରା କଥା ଏବେ ସାମ୍ନାକୁ ଆସିଛି । ପୋଲିସ ଘଟଣାର ତଦନ୍ତ କରି ଜଣେ ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । କେନ୍ଦ୍ରାପଡା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସାହୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ସେ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝର ଖଣି ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନ କରୁଥିଲେ । ଯୋଡା ବଡବିଲରୁ ସେମାନଙ୍କର ଟ୍ରକ ପାରାଦୀପ ବନ୍ଦର ଏବଂ ଅନ୍ୟାନ୍ୟ ସ୍ଥାନକୁ ମାଲ ପରିବହନ କରିଥାଏ । ଦୁଇ ସପ୍ତାହ ତଳେ ୱେବ ପୋର୍ଟାଲ ସାମ୍ବାଦିକ ତାଙ୍କୁ ଫୋନ କରି ଷ୍ଟିଙ୍ଗ ଅପରେସନରେ ତାଙ୍କ ଦୁର୍ନିତୀ ଧରାପଡିବା କହି ବ୍ଲାକ ମେଲିଂ କରୁଥିବାର ସେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଓ୍ବେବ ଚ୍ୟାନେଲ ଅଫିସକୁ ସିଲ୍ କରିବା ସହ ଅପିସରୁ ବନ୍ଧୁକ, ଟଙ୍କାଗଣା ମେସିନ୍, କ୍ୟାମେରା, କଂପ୍ୟୁଟରକୁ ସିଜ୍ କରିଛି । ଜଣେ ମହିଳା ସାମ୍ବାଦିକାଙ୍କ ସମେତ ପୋଲିସ ପାଞ୍ଚଜଣଙ୍କୁ ଗିରଫ କରି ପଚରାଉଚରା କରୁଛି । ତେବେ ଓ୍ବେବ ଚ୍ୟାନେଲ ନାଁରେ ଅପରାଧ ରଚାଉଥିବା ଏହି ଗ୍ୟାଙ୍ଗର ମୁଖ୍ୟ ଆସାମୀ ଫେରାର ହୋଇଯାଇଛି । ଡିସିପି କହିଛନ୍ତି, ଅଭିଯୁକ୍ତମାନଙ୍କୁ ତଡିପାର୍ କରିଦିଆଯିବ ।

LEAVE A REPLY

Please enter your comment!
Please enter your name here