ଧିରେ ଧିରେ ଓଡ଼ିଶା ମୁହାଁ ହେଉଛି ଫନି । ବଦଳୁଛି ପାଗ । ଅନେକ ସ୍ଥାନରେ ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା । ତେବେ ପୁରୀରେ ଫନିର ପ୍ରଭାବ ଦେଖିବାକୁ ମିଳିଛି । ପବନରେ ଶ୍ରୀମନ୍ଦିରର ନୀଳଚକ୍ର ବାନା ଉଡ଼ିଯାଇଛି । ଦୁର୍ବଳ ଭାବେ ବନ୍ଧା ହୋଇଥିବାରୁ ୫ହାତ ଲମ୍ବର ନୀଳଚକ୍ର ବାନା ଉଡ଼ିଯାଇଥିବା ସୂଚନା ମିଳିଛି । ତେବେ ପୁଣି ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାନା ଉଡ଼ିବାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।

LEAVE A REPLY

Please enter your comment!
Please enter your name here