କଟକ ବଡ ମେଡିକାଲର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ମେୟର ସୁବାଷ ସିଂ । ଆଜି କଟକ ବଡ ମେଡିକାଲର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ ମେୟର । ରୋଗୀ ମୃତ୍ୟୁ ପରେ ଏହାର ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେନେଇ ମେୟର ତାଗିଦ କରିଛନ୍ତି । ଏପରି ଘଟଣା ପୁନରାବୃତ୍ତି ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସସିିବି କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । କଟକ ବଡ ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ତଳେ ମୃତଦେହ ଥିବାବେଳେ ବେଡ୍ ଉପରେ ରୋଗୀ ଥିଲେ । ଶବ ନେବାକୁ ବିଳମ୍ବ ହେବାରୁ ଡ୍ରେୁ ଶବକୁ କାଢି ତଳେ ପକାଇଦେଇଥିଲେ କର୍ମଚାରୀ । ଏହି ଘଟଣାକୁ ନେଇ ଏସସିବିରେ ଉତ୍ତେଜନା ପ୍ରକାଶ ପାଇଥିଲା ।