ମୁଣ୍ଡ ଉପରେ ନିର୍ବାଚନ. ଟିକଟ ପାଇବାକୁ ନେଇ ସବୁ ଦଳରେ ଛକାପଞ୍ଝା ଲାଗିରହିଛି. ଏହା ଭିତରେ ରାୟଗଡାର ପୂର୍ବତନ ବିଧାୟକ ଲାଲବିହାରୀ ହିମିରିକାଙ୍କ ଉପରେ ହାତୀ ସୁନା କଳସ ଢାଳିଛି. କାରଣ ପୁଣି ଥରେ ରାୟଗଡାରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ପୂର୍ବତନ ବିଧାୟକ ଲାଲବିହାରୀ ହିମିରିକା. ଚତୁର୍ଥ ଥର ପାଇଁ ସେ ରାୟଗଡାରୁ ବିଧାନସଭା ନିର୍ବାଚନ ଲଢିବେ. ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ ରଖି ବିଜେଡିରୁ ଟିକଟ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି. 25 ତାରିଖରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here