ବିଧାନସଭାରେ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ । ଉଠୁଛି ପଠୁଛି ଗୃହ । କେନ୍ଦ୍ରାପଡା ଏସପି ନୀତିଶେଖରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ନେତା । ସାମ୍ବାଦିକଙ୍କ ସୁରକ୍ଷା ଆଇନ ଆଣିବାକୁ ଦାବି କରିଛି ବିଜେପି । ତେବେ ଏହି ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହରେ ହୋହାଲ୍ଲା କରିବା ସହ ନାରାବାଜି କରିଥିଲେ ବିରୋଧୀ ଦଳ ବିଜେପିର ବିଧାୟକ । ବିଜେପି ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବାସହ ଧାରଣାରେ ବସିଥିଲେ । ଏହାଫଳରେ ବାଚସ୍ପତି ଗୃହକୁ ୧୫ ମିନିଟ ପାଇଁ ମୁଲତବୀ କରିଥିଲେ ।ଏଠାରେ ସୂଚନାଯୋଗ୍ୟ ଆସନ୍ତାକାଲି ପାଟକୁରା ନିର୍ବାଚନରେ ପ୍ରଚାର ପାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଉଥିବା ବେଳେ ଭିଡିଓ କରିବାକୁ ଚାହିଁଥିଲେ ନ୍ୟୁଜ୍ ୧୮ ର ପ୍ରତିନିଧି ଅଜେଶ ମଲ୍ଲିକ । ଏଥିଲେ ଉତ୍ତକ୍ଷିପ୍ତ ହୋଇ କେନ୍ଦ୍ରାପଡା ଏସପି ନୀତିଶେଖର ସର୍ବସାଧାରଣରେ ର୍ଦୁବ୍ୟବହାର କରିବା ସହ ମାଡ ମାରିବା ପାଇଁ ହାତ ଉଠାଇଥିଲେ । ଆସନ୍ତାକାଲିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସାମ୍ବାଦିକଙ୍କୁ ଏସପିଙ୍କ ଏପରି ଆଚରଣକୁ ଦୃଢ ନିନ୍ଦାକରିଛନ୍ତି ବିଭିନ୍ନ ସଂଗଠନ । ବାରମ୍ବାର ସାମ୍ବାଦିକଙ୍କୁ ଏପରି ର୍ଦୁବ୍ୟବହାରକୁ ମଧ୍ୟ ଦୃଢ ନିନ୍ଦା କରିଛି ଉତ୍କଳ ସାମ୍ବାଦିକ ସଂଘ । ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଆଜି କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ସହ ରାଲିରେ ବାହାରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here