ଆଜି ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା 45.4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀରେ ପହଞ୍ଚିଛି । କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡିଶାର ସାତଟି ସହରର ତାପମାତ୍ରା 45 ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ, ହୀରାକୁଦ, ସୁନ୍ଦରଗଡର ତାପମାତ୍ରା 45 ଡିଗ୍ରୀ ଅତିକ୍ରମ କରିଛି ।
ଦିନ ସାଢେ ଦୁଇଟା ସୁଦ୍ଧା ଝାରସୁଗୁଡାର ତାପମାତ୍ରା 44.4 ଡିଗ୍ରୀ ରହିଛି । ପଶ୍ଚିମ ଓଡିଶାର ଅଧିକାଂଶ ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ହୀରାକୁଦର ତାପମାତ୍ରା 42.2 ଡିଗ୍ରୀ ରହିଛି । ଅନ୍ୟପଟରେ ଭୁବନେଶ୍ବରର ତାପମାତ୍ରା ଗତକାଲି ଅପେକ୍ଷା କମ୍ ରହିଛି । ତାପମାତ୍ରା 40 ଡିଗ୍ରୀ ରହିଛି । ମାତ୍ର ପୁରୀ, ଭୁବନେଶ୍ବର, ପାରାଦୀପ ଭଳି ଉପକୂଳିଆ ସହରରେ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହୋଇଛି । ପୁରୀରେ 78 ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି । ଅସହ୍ୟ ଗୁଳୁଗୁଳିରେ ଲୋକେ ହନ୍ତସ୍ନତ ହେଉଛନ୍ତି । ଗୁଳୁଗୁଳି ଅଧିକ ହେଉଥିବା ବେଳେ ବିଦ୍ୟୁତ ବିଭ୍ରାଟ ସମସ୍ୟାକୁ ଦ୍ବିଗୁଣିତ କରିଛି । ଆହୁରି ତିନିଦିନ ଏଭଳି ତାତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏପରିକି 15ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାଣିଂ ମଧ୍ୟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here