ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଜର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡଲରେ ଏହି ଖବରର କୌଣସି ଯଥାର୍ଥତା ନାହିଁ ବୋଲି କହିଛି। ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞମାନଙ୍କ ମତାମତ ଆଧାରରେ ସଂଶୋଧନ କାର୍ଯ୍ୟ ଚାଲିଛି ଓ ଏହା ସମ୍ପୂର୍ଣ୍ଣ ହେବାପରେ ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ବୋଲି ବିଭାଗ ସ୍ପଷ୍ଟ କରିଛି। ସୂଚନା ଅନୁଯାୟୀ , ଇଂରାଜୀ ମାଧ୍ୟମ ଘରୋଇ ସ୍କୁଲଗୁଡ଼ିକରେ ପଢ଼ାଯାଉଥିବା ପ୍ରଥମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକ ‘ଝୁଲଣା-୧’ରେ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣକୁ ନେଇ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ବହିର ସୂଚୀପତ୍ର ପୂର୍ବରୁ ଥିବା ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ର ‘ଘନ ଘନ ବନଭୂମି’ ପଦକୁ ‘ଘନ ବନଭୂମି’ ଲେଖାଯାଇଥିବା ଓ ଜାତୀୟ ସଙ୍ଗୀତରେ ‘ଉତ୍କଳ’ ଶବ୍ଦକୁ ‘ଉତ୍ଳଳ’ ଲେଖାଯାଇଛି। ତେବେ ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଏପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଇନାହିଁ। କେବଳ ଅଭିଭାବକ ଓ ଶିକ୍ଷକମାନଙ୍କୁ ଏହି ପାଠ୍ୟପୁସ୍ତକର ପିଡିଏଫ କପି ପଠାଯାଇ ତାକୁ ପ୍ରିଣ୍ଟ କରିବା ପାଇଁ କୁହାଯାଇଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here