ନୂଆଦିଲ୍ଲୀ: ନୋଏଡ଼ାର ଜେୱାର୍ ଠାରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରି ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର’ ରଖିବା ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। ଲକ୍ଷ୍ନୌରେ ଏକ ପ୍ରେସ୍ କନ୍‌ଫରେନ୍ସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସେବାର ୨୫ ବର୍ଷର ଅବିରତ ଯାତ୍ରାକୁ ଅଭିନନ୍ଦନ ଜଣାଇଛନ୍ତି । ମୋଦୀଙ୍କ ସରକାର ସମୟରେ ଉତ୍ତର ପ୍ରଦେଶରେ ହୋଇଥିବା ଉନ୍ନତି ସମ୍ପର୍କରେ ଯୋଗୀ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ୨୦୧୭ ପୂର୍ବରୁ ଉତ୍ତର ପ୍ରଦେଶର ପ୍ରଶାସନିକ ଶିଥିଳତା, ଅସୁରକ୍ଷା ଓ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ପାରଦର୍ଶିତା ଏବଂ ବୈଷୟିକ ପ୍ରୟୋଗ କରାଗଲା । ଆଇନ ବ୍ୟବସ୍ଥା ସୁଦୃଢ଼ ହେଲା ଏବଂ ନିବେଶର ବାତ୍ତାବରଣ ସୃଷ୍ଟି ହେଲା । ୬୦ ହଜାର କୋଟି ବିନିମୟରେ ୨୪୮୩ କିଲୋମିଟରର ୪୨ଟି ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ରେଳ ଲାଇନର ସଂପ୍ରସାରଣ ହୋଇଛି । କୃଷିଠାରୁ ଆରମ୍ଭ ଶିକ୍ଷା କ୍ଷେତ୍ରରେ ବିକାଶ ମଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ଜେୱାର ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ। ଚାରି ପର୍ଯ୍ୟାୟରେ ନିର୍ମିତ ଏହି ବିମାନବନ୍ଦର ସମାପ୍ତ ହେବା ପରେ ଏସିଆର ସର୍ବବୃହତ ବିମାନବନ୍ଦର ହେବ ।

LEAVE A REPLY

Please enter your comment!
Please enter your name here