ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। CISF (କେନ୍ଦ୍ରୀୟ ଐଶ୍ୱର୍ଯ୍ୟ ସୁରକ୍ଷା ବଳ) ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଜଣେ ସବ-ଇନ୍ସପେକ୍ଟର ମଧ୍ୟ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ବସୋଲିର ମାଶକା ଅଞ୍ଚଳସ୍ଥିତ ‘ସେବା ପାୱାର ପ୍ରୋଜେକ୍ଟ’ରେ ଥିବା CISF କ୍ୟାମ୍ପରେ କୌଣସି ବିଷୟକୁ ନେଇ ଯବାନଙ୍କ ମଧ୍ୟରେ ବାଦବିବାଦ ସୃଷ୍ଟି ହୋଇଥିଲା। ସିଆଇଏସଏଫ୍ କ୍ୟାମ୍ପରେ ୨୦୦୯ ବ୍ୟାଚର ହେଡ୍ କନଷ୍ଟେବଳ ଅବଦେଶ କୁମାର ତାଙ୍କ ସାଥୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ଯବାନମାନେ ହେଲେ- ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ସବ-ଇନ୍ସପେକ୍ଟର ଲକ୍ଷ୍ମଣ ସିଂହ, କନଷ୍ଟେବଲ ରଫିକ୍ ଅହମ୍ମଦ ଏବଂ କନଷ୍ଟେବଲ ସନ୍ଦୀପ କୁମାର। ଘଟଣାର ସୂଚନା ପାଇ ପୋଲିସ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର କାରଣ ଜାଣିବା ପାଇଁ ସିଆଇଏସଏଫ୍ ମୁଖ୍ୟାଳୟ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି ଏବଂ ସିଆଇଏସଏଫ୍ ଡିଜି ଘଟଣା ଉପରେ ନଜର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here