ଭୁବନେଶ୍ୱର:ଢେଙ୍କାନାଳ ବନ ବିଭାଗ କାର୍ଯ୍ୟାଳୟରୁ ୬୫ ଲକ୍ଷ ଟଙ୍କା ହେରଫେର ଘଟଣାରେ ଆକାଉଣ୍ଟାଣ୍ଟଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ଭିଜିଲାନ୍ସ ବିଭାଗ ।ଧରା ପଡିବା ପରେ ଢେଙ୍କାନାଳ ବନ ବିଭାଗ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁଜିତ ଜେନାଙ୍କ ସହିତ ୩ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୁଜିତଙ୍କୁ ବାଦ୍ ଦେଲେ, ତାଙ୍କୁ ଏହି ଟଙ୍କା ହେରଫେରରେ ସହଯୋଗ କରିଥିବା ଢେଙ୍କାନାଳ ବନ ବିଭାଗର ହାତୀ ସ୍କ୍ୱାର୍ଡ କର୍ମଚାରୀ ସୌମ୍ୟରଂଜନ ବେହେରା ଓ ତାଙ୍କ ସମ୍ପର୍କୀୟ ରଶ୍ମିରଞ୍ଜନ ସ୍ବାଇଁ ମଧ୍ୟ ଗିରଫ ହୋଇଛନ୍ତି ।ଗତ ଏପ୍ରିଲ ୧୦୧୬ ମସିହାରୁ ମାର୍ଚ୍ଚ-୨୦୨୬ ମଧ୍ୟରେ ଇପିଏଫ, ଇନକ୍ରିମେଣ୍ଟ ଓ ଅତିରିକ୍ତ ପେନସନ ଆଦିରେ ସାଥି କର୍ମଚାରୀ ମାନଙ୍କର ଏହି ୬୫ ଲକ୍ଷ ଟଙ୍କାକୁ ହଡ଼ପ କରାଯାଇଥିବା ଅଭିଯୋଗ ରହିଛି । ୪ଟି ବାହାର ଆକାଉଣ୍ଟକୁ ଏହି ଟଙ୍କାକୁ ବନ ବିଭାଗ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁଜିତ ଜେନା ଟ୍ରାନ୍ସଫର କରି ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି । ଅଡିଟରେ ଏହି ଟଙ୍କା ହେରଫେର ଜଣାପଡ଼ିବା ପରେ ଏଜି ଜେନେରାଲ ଭିଜିଲାନ୍ସକୁ ତଦନ୍ତ ପାଇଁ ଦେଇଥିଲେ ।ଢେଙ୍କାନାଳ ଭିଜିଲାନ୍ସ ତଦନ୍ତ କରି ଟଙ୍କା ହେରଫେରରେ ସୁଜିତ ମାଷ୍ଟର ମାଇଣ୍ଡ ବୋଲି ଜାଣିପାରିଥିଲା ।ଏହା ଜାଣିପାରି ଆକାଉଣ୍ଟାଣ୍ଟ ସୁଜିତ ଜେନା ଫେରାର ହୋଇଯାଇ ଥିଲେ ।ଗତ ରାତିରେ ସଦର ଥାନା ଚନ୍ଦ୍ରଶେଖରପୁର ଅଂଚଳରୁ ସୁଜିତ ଓ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା l

LEAVE A REPLY

Please enter your comment!
Please enter your name here